ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ପାହାନ୍ତିଆ ଗାଧୁଆ ନାଇଁ ଆଉ ପୋଖରୀରେ
ସଭିଏଁ ଗାଧାନ୍ତି ଦିନ ନଅ ଟା ଗାଧୁଆ ଘରେ
ଗାଈ ବଳଦ ନାଇଁ ଆଉ ମୋ ଦାଣ୍ଡରେ
କୁକୁର ପାଳନ୍ତି ଆମ ଗାଁ ଲୋକେ ଘରେ
ଚାଷ କାମକୁ ହୀନ ଭାବନ୍ତି ଆଜି ଆମ ଗାଁ ରେ
ପର ଅଧୀନ ଚାକିରୀ ହି ଉତ୍ତମ ଏ ଦୁନିଆରେ?
ଗୋବର ଖତ ଆଉ ନାଇଁ ଆମ କ୍ଷେତରେ
ରାସାୟନିକ ସାର ଭର୍ତି ହେଇଚି ଆଜି ଜମିରେ
ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ମୋ ଗାଁ ଶବ୍ଦ ଟି ହଜି ନ ଯାଉ ଭବିଷ୍ୟତରେ
ଗୋବର ଲିପା ନାଇଁ ଆଉ ଆମ ଘର ଦୁଆରେ
ସଭିଏଁ ପୋଛନ୍ତି ଘର ଫିନାଇଲ ପାଣିରେ
ପଖାଳ ଖିଆ ନାଇଁ ଆଉ କଂସା ବାସନ ରେ
ସଭିଏଁ ଖାଆନ୍ତି ବିଦେଶ ଖାଇବା କାଗଜ ପ୍ଲେଟରେ
ଘର ପଡିସା ହସ ଖେଳ ନାଇଁ ଘର ଅଗଣାରେ
ସଭିଙ୍କ ନଜର ଆଜି ଟିଭି ଆଉ ମୋବାଇଲ ରେ
ଘଣ୍ଟ ହୁଳହୁଳିର ଶାନ୍ତି ନାଇଁ ଆଜି ଗାଁ ମନ୍ଦିରରେ
ଇଲେକ୍ଟ୍ରିକ ବାଜା ବଜେଇ ବଧିର ହେଉଛି କାନରେ
ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ମୋ ଗାଁ ଶବ୍ଦ ଟି ହଜି ନ ଯାଉ ଭବିଷ୍ୟତରେ
ସନ୍ଧ୍ୟା ବତୀ ନାଇଁ ଆଉ ଚଉଁରା ମୂଳରେ
ଧକ ଧକ ଲାଇଟ ଲଗାନ୍ତି ଠାକୁର ଘରେ
ବାସ୍ନାଭରା ଫୁଲ ମାଳ ନାଇଁ ଠାକୁର ବେକରେ
ପ୍ଲାଷ୍ଟିକ ଫୁଲକୁ ସଜାନ୍ତି ପୂଜା ପାର୍ବଣରେ
ଶଗଡ଼ ଗାଡି ଆଜି ଅଲୋଡ଼ା ମୋ ଗାଁ ରେ
ଯନ୍ତର ଗାଡି ଭେଁ ଭେଁ କରି ଗଡୁଛି ଆଜି ଗାଁ ଦାଣ୍ଡରେ
ନୁଆଁ ବୋହୁର ଶୁଭୁନି ବିବାହ କାନ୍ଦଣା ଗାଁ ରେ
ଆଧୁନିକ ବିବାହ, ଡିଭୋର୍ସ ହେଉଛି ବର୍ଷକରେ
ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ମୋ ଗାଁ ଶବ୍ଦ ଟି ହଜି ନ ଯାଉ ଭବିଷ୍ୟତରେ
ସରକାରୀ ସ୍କୁଲ ଅଛି ଛାତ୍ର ଛାତ୍ରୀ ନାହାନ୍ତି ଗାଁ ସ୍କୁଲରେ
ମର୍ଡେନ ସ୍କୁଲ ଯାଉଛନ୍ତି ପଢିବେ ଇଂଲିଶ ମିଡିୟମ ରେ
ଏମିତି ବହୁତ କିଛି ବଦଳିଛି ଆଜି ମୋ ଗାଁରେ
ପାଶ୍ଚାତ୍ୟ ସଭ୍ୟତା ମାଡି ବସିଲାଣି ଆଜି ଏଠାରେ
ସମୟ ସହିତ ତାଳ ଦେଇ ବଦଳିଛି ଆଜି ମୋ ଗାଁ ରେ
ଯେମିତି ମୋ ଗାଁ ଶବ୍ଦ ଟି ହଜି ନ ଯାଉ ଭବିଷ୍ୟତରେ
ମୋ ଗାଁ ଲାଗେ ଆଜି ଖାଁ ଖାଁ ରେ
ମୋ ଗାଁ ଶବ୍ଦ ଟି ହଜି ନ ଯାଉ ଭବିଷ୍ୟତରେ
***ମୋ ଗାଁ ଲାଗେ ଆଜି ଖାଁ ଖାଁ ****
ଆଲୋକ ରଞ୍ଜନ ନାହାକ
ଡିଆଁଡେଇଁ, ରମ୍ଭା, ଗଞ୍ଜାମ
Comments
Post a Comment