ଆମ ଗାଁ ରଙ୍ଗ ମଞ୍ଚ

ଆମ ଗାଁ ରଙ୍ଗ ମଞ୍ଚ
***************
ଆମ ଗାଁ ରଙ୍ଗମଞ୍ଚ---
ଭୋଟ ବେଳରେ ଝଲମଲ ଦିଶେ
ଜାଗିଉଠେ ସଭାମଞ୍ଚ
ନେତା କୁଜି ନେତା ସସସ୍ତେ ହାଜର
ସଙ୍ଗେ ଧରି ସରପଞ୍ଚ
ରଙ୍ଗୀନ ଆଲୋକେ ସଞ୍ଚ
ଭାଷାଣରେ ସବୁ ଖାଲ ଖମା ପୋତି
ଗରିବୀ ହଟିବା ପଞ୍ଚ(୧)
ରହିବନି ଆଉ ବେକାରୀ ସମସ୍ୟା
ବିଜୁଳି ସଡ଼କ ପାଣି
ଘରେ ଘରେ ହେବ ଜଳର ଭଣ୍ଡାର
ପିଉଥାଅ ବସି ଛାଣି
ଆଉ ନୁହେଁ ଅପହଞ୍ଚ
ବନ୍ୟା ବିପତ୍ତିକୁ ସେତୁ ହୋଇ ଯିବ
ଭାବ ନାହିଁ କେହି ଖଚ (୨)
ସରକାରୀ କାର୍ଯ୍ୟେ ଅଫିସର ଆାଉ
ରହିବନି ଆଳକରି
ସଭିଙ୍କୁ ସମାନ ସୁବିଧା ମିଳିବ
ସ୍ୱାସ୍ଥ୍ୟ କୃଷି ବିମା ଧରି
ଉଠିଯିବ ସବୁ ଲାଞ୍ଚ
ରାମରାଜ୍ୟ ପୁଣି ଗଢି ହୋଇଯିବ 
ନ ରହିବ ମାରପେଞ୍ଚ (୩)
ନୀତି ନିର୍ଦ୍ଧାରଣ ସାଂସଦ ସଂସଦେ
ବିଧାୟକ ରାଜ୍ୟସ୍ତରେ
ଗ୍ରୀଷମ ସମୟ ବିଷମ ହେଲେ ବି
ଭୋଟ ରାଜନୀତି ଧରେ
ନାଚିଲାଣି ରଙ୍ଗ ମଞ୍ଚ
ହାତ ପଦ୍ମ ଶଙ୍ଖ ସପନ ଦେଖାନ୍ତି 
ଭୋଟ ପାଇଁ ସବୁ ମିଛ(୪)
ଯେଉଁ ରଙ୍ଗ ମଞ୍ଚ ଲୋକନାଟ୍ୟେ ଭରା
ପାଲା ଲୀଳା ଦାସ କାଠି
ପ୍ରେମ ପ୍ରଣୟର ସଙ୍ଗୀତ ଆସର
ପାଇକ ଆଖଡ଼ା ଲାଠି
ଦୋଳ ପଞ୍ଚୁ ଦୋଳ ମଞ୍ଚ
ବିଷୁବ ମିଳନେ କରେ ଆକର୍ଷଣ
ନିର୍ବାଚନ ଭରା ନାଚ(୫)
ସାହିତ୍ୟ ଆସର ଫିକା ପଡ଼ିବନି
ଯେତେ ଆସୁ ନିର୍ବାଚନ
ଗଣତନ୍ତ୍ର ପାଇଁ ବିଧିବିଧାନର
 ହେବ ମାନ ନିଦ୍ଧାରଣ
ରଖି ନିଜ ମାନ ଉଚ୍ଚ  
ନିଶ୍ଚୟ ଭୋଅଟ ଦେବା ତ ସଭିଏଁ
ନ ରଖିବା ଉତ୍ କୋଚ(୬)
ଚଇତାଳି ବାସ୍ନା ଗ୍ରୀଷମର ପଣା
ପଖାଳ କଂସାକୁ ଟଣା
ନେତା ବୁଲେ ଘର ଖାଇ ପିଠାପଣା
ଭୋଟର ନ ହେଉ ବଣା
ସବୁ ଶୁଣି ପ୍ରେମ-ବାଚ
ଦୁଃଖ ହରି ନେବ ଯେଉଁ ନେତା ଗୋଟି
ତାହାଙ୍କୁ ସୁଧୀରେ ବାଛ (୭)
ରଙ୍ଗମଞ୍ଚ ସଦା ହିସାବ ରଖିଛି
କିଏ ଏଠି ଆସିଥିଲେ
କିଏ ଦେଶ ଭକ୍ତ କିଏ ଅନାସକ୍ତ
କିଏ ବଦନାମ ହେଲେ
ଧରି ଭାବ ଧାରା ଉଚ୍ଚ
କେତେ ରଥି କେତେ ମହାରଥି ଗଲେ
ନୀରବେ ଦେଖିଛି ମଞ୍ଚ ।(୮)
ତା୨୧/୪/୨୦୨୪
Purna Chandra Jena, Puri

Comments

Popular posts from this blog

Celebrating Teacher’s Day 2025: Honoring the Architects of Knowledge

🌱 Plant Kingdom – Bryophytes (Mosses & Liverworts) | NEET 2025 Notes

NEET 2025 – Cell: The Unit of Life | NCERT-Based Notes + Diagrams