ଅଚିହ୍ନା ହୋଇଯିବା
ଯେମିତି ସବୁ କଥା
ସରିଯାଇଛି ନୀରବେ,
ଅତି ଜଣାଶୁଣା ଲୋକେ ବି
ମନେ ପକାନ୍ତି ନାହାଁନ୍ତି ଏବେ।
ଆଗରୁ ତ—
ଏମିତି ଦୂରେ ରହୁନଥିଲୁ,
ହସି–କଥାରେ ଦିନ କଟୁଥିଲା,
ଏବେ କାହିଁକି
ନୀରବତା ମଧ୍ୟରେ ହରାଇଲୁ?
ବୟସ ବଢ଼ିଲେ କି
ନିଜ ଲୋକ ବି
ଅପରିଚିତ ଲାଗେ?
ନା—
ମନର ଦୂରତା
ଧୀରେ ଧୀରେ ବଢ଼ିଯାଏ?
ଅଚିହ୍ନା ଭଳି
ଦିନରାତି କଟୁଛି,
ତୁମ ଆଖିରେ ମୁଁ
ଏବେ ଅଜଣା ଲୋକ।
ତୁମ ବ୍ୟବହାର—
ଯେମିତି ମୁଁ
ଘରର ନୁହେଁ,
ବାହାରର କେହି।
ବାହାଘର ପରେ
ସବୁଠି କି ଏମିତି?
ନା—
ଆମେ ହିଁ
କେଉଁଠି ହରାଇଦେଲୁ
ସେଇ ପୁରୁଣା ଆପଣତା?
Comments
Post a Comment