ସଭିଏଁ ସୁନ୍ଦର
ସଭିଏଁ ସୁନ୍ଦର
***********
କେତେ କାହା ପାଇଁ କବିତା ଲେଖିବି ଯେ ମୁହିଁ
ସଭିଏଁ ଦିଶନ୍ତି ଅପୂର୍ବ ସୁନ୍ଦର ଶୃଙ୍ଗାରେ ସଜାଇ
କିଏ ଚମ୍ପାଗୋରୀ, ମନଜିଣା ସୁଗୁଣା ସୁନ୍ଦରୀଟି
କିଏ ତ ପୁଣି ଲାସମୟୀ ତନୁ ଧାରିଣୀ ରୂପସୀଟି...
କେହି ତ ମୃଦୁଭାଷିଣୀ ଲାଜେଇ ସୁନାଗୋରୀ
କେହି ଶାବନା, କେହି ପୁଣି କୃଷ୍ଣ ରଙ୍ଗ ସୁନ୍ଦରୀ
କମଳ ସମ କୋମଳ ତନୁ, ଅମୃତମୟ ଅଧର
ସଭିଏଁ ଦିଶନ୍ତି ସୁନ୍ଦର, ସବୁଙ୍କ ମଧ୍ୟେ ମୋ ଘର..
________________
(ଇଂ) ବିଜୟ ମିଶ୍ର
ଆଇନଜୀବୀ
ବ୍ରହ୍ମପୁର, ( ଓଡ଼ିଶା)
Comments
Post a Comment