ଜଞ୍ଜାଳ
*ଜଞ୍ଜାଳ- ୩୭*
ରଞ୍ଜନ କୁମାର ପଣ୍ଡା
ଦାନ ଧର୍ମରେ ଯା'ର ମତି
ମାନବ ଶ୍ରେଷ୍ଠ ବିଶ୍ୱେପ୍ରୀତି ।
ସକଳ ଜୀବ ଏକାକାର
ଭାବନା ଅଟଇ ଯାହାର ।
ସେଭଳି ମଣିଷ ଦୁର୍ଲଭ
ମୋକ୍ଷ ଗତିକୁ କରେ ଲାଭ ।
ଯେ ସର୍ବ ଜୀବେ ଶ୍ରଦ୍ଧାକରେ
ଏକଇ ଆତ୍ମା ମନେ କରେ ।
ସକଳ ପ୍ରାଣେଛନ୍ତି ହରି
ଭାବନା ମନରେ ଆଦରି ।
ସଭିଙ୍କୁ ଆୟତ୍ତ କରାଇ
ଆତ୍ମାରେ ହରିଙ୍କୁ ଦେଖଇ ।
ସର୍ବଜ୍ଞ ବୋଲି ଭାବେନାହିଁ
ପ୍ରାଣୀ ହିଁ ମୋର ଭାବଗ୍ରାହୀ ।
ଏହି ଭାବନା ଯା'ର ମନେ
ସେ କେବେ ହୁଏ ନା ନିଉନେ ।
ସଭିଙ୍କ ପାଇଁ ଚିନ୍ତା କରେ
ବିପଦେ ଆପଦେ ଉଦ୍ଧାରେ ।
ଦୁଃଖ ସୁଖରେ ଦିନ ନିଏ
ଧୈର୍ଯ୍ୟ ଧାରଣା ଶକ୍ତି ପାଏ ।
ଶ୍ରଦ୍ଧା ସୁମନ ଜ୍ଞାପନରେ
ହରୀଙ୍କୁ ଭକ୍ତି ଭାବ କରେ ।
ସେ ହୁଏ ଶ୍ରଦ୍ଧାର ଭାଜନ
ଜଞ୍ଜାଳ ନ କରେ ଅର୍ଜନ ।
କହିଲୁ ଆମେ ତତ୍ତ୍ଵ ବାଣୀ
ବିଭୁଙ୍କ ପାଦେ ରହି ରୁଣୀ ।
ଜଞ୍ଜାଳେ ଜଞ୍ଜାଳି ନ ହୁଅ
ଅଭୁଲା ଠାରେ ମନ ଦିଅ ।
ସଂସ୍କୃତ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ, ବାମୁଣିପୁଟ
କୋରାପୁଟ
🙏🏻🙏🏻🙏🏻
Comments
Post a Comment